Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

୬ରେ ଓଡ଼ିଶା ଆସିବେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର

ଭୁବନେଶ୍ୱର ତା. ୨୮.୧୨- ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନାଗପୁର ଠାରେ ଅନୁଷ୍ଠିତ ହେଉଥିବା ୧୩୯ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅଖିଳ ଭାରତ କଂଗ୍ରେସ କମିଟିର ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାରଙ୍କୁ ସାକ୍ଷାତ କରି ତାଙ୍କର ଓଡ଼ିଶା ଗସ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି । ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ନୂତନ ପ୍ରଭାରୀ ଡ. ଅଜୟ କୁମାର ଆସନ୍ତା ଜାନୁଆରୀ ୬ ତାରିଖ ଦିନ ଓଡ଼ିଶାଗସ୍ତରେ ଆସିବେ । ପ୍ରଦେଶ କଂଗ୍ରେସ ପକ୍ଷରୁ ଡ. ଅଜୟ କୁମାରଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like