Connect with us

Hi, what are you looking for?

ବିଜିନେସ

ସୋଆରେ ସିପିଆର ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ୦୬/୧୨ : ଯୁବ ସମାଜ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁକୁ ଏଡାଇବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍‌ପିଏସ୍‌) ଠାରେ କାର୍ଡିଓ ପଲମ୍ୟୁନାରୀ ରେସୁସିଟେସନ୍ (ସିପିଆର) ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଫାର୍ମାସୀ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ( ପିସିଆଇ)ର ସହଯୋଗିତାରେ ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ୍ ସାଇନସେସ୍ (ଏନ୍‌ବିଇଏମଏସ) ଦ୍ୱାରା ଏହି ଅନ୍‌ଲାଇନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏନ୍‌ବିଇଏମଏସ ର ସଭାପିତ ଡାକ୍ତର ଅଭିଜାତ ସେଠ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଜିମରେ ବ୍ୟାୟାମ କରୁଥିବା ବେଳେ, ଦୌଡୁଥିବା ସମୟରେ ବା ଅନ୍ୟକୌଣସି ପରିଶ୍ରମ କରୁଥିବା ସମୟରେ ହୃଦଘାତ କୁ କିପରି ଏଡାଇ ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ ।
ନୂଆଦିଲ୍ଲୀସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ସଞ୍ଜୀବ ମିତଲ ଓ ଡାକ୍ତର ଦେବାଶିଷ ଧର ସିପିଆର ବିଷୟରେ ବିଶଦ ଆଲୋଚନା କରିଥିଲେ । ସେମାନେ ବୁଝାଇଥିଲେ ଯେ କିପରି କେତେକ ସରଳ ପଦ୍ଧତି ଅନୁସରଣ କରି ହୃଦଘାତ ଜନିତ ସମସ୍ୟାରେ ରୋଗୀର ଜୀବନ ରକ୍ଷା କରା ଯାଇପାରିବ ।
ଏହି କାର୍ଯ୍ୟକ୍ରମକୁ ଏସପିଏସ୍ ର ଡେପୁଟି ଡିନ୍ ଡାକ୍ତର ପ୍ରତାପ କୁମାର ସାହୁ ପରିଚାଳିତ କରିଥିଲେ । ଏଥିରେ ଏସପିଏସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ଓ ଆଡିସ୍‌ନାଲ୍ ଡିନ୍ ଡାକ୍ତର ଦେବଜ୍ୟୋତି ଦାସ ଉପସ୍ଥିତ ଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ବିଜିନେସ

ଭୁବନେଶ୍ୱର, ଫେବୃଆରୀ ୫: ଓଡ଼ିଶାରେ କୋଭିଡ ଯୁଦ୍ଧର ମୁକାବିଲା କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଯାହା ଦ୍ୱାରା କି ରାଜ୍ୟରେ କରୋନା ଜନିତ ମୃତ୍ୟୁ...

ବିଜିନେସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କ୍ୟାମ୍ପସ୍- ୨ ନିକଟରେ ମଙ୍ଗଳବାର କମିଶନରେଟ୍ ପୋଲିସ୍ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଦ୍ୱୈତ ନଗରୀରର ପୋଲିସ୍ କମିଶନର...

ବିଜିନେସ

ଭୁବନେଶ୍ୱର, ୨୬/୧୧ : ସମାଜକୁ ଯୋଡ଼ି ରଖିବାରେ ସାହିତ୍ୟ ଏକ ସେତୁ ସଦୃଶ । ତିନିଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଉପଲକ୍ଷେ ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟକୁ ନେଇ ଏଭଳି...

ବିଜିନେସ

ଭୁବନେଶ୍ୱର, ନଭେମ୍ବର ୨୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବକୁ ଉଦ୍‌ଘାଟନ କରି ବିଶିଷ୍ଟ...