Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସୋଆ ପ୍ରତିଷ୍ଠାତା ସଭାପତି ଉଚ୍ଚଶିକ୍ଷା କ୍ଷେତ୍ରରେ ନେତୃତ୍ୱ ନିମନ୍ତେ ସମ୍ମାନିତ

ସୋଆକୁ ଶ୍ରେଷ୍ଠ ଘରୋଇ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ
ଭୁବନେଶ୍ୱର, ଜୁଲାଇ ୨୨: ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଭାବୀ ନେତୃତ୍ୱ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସମ୍ମାନିତ କରାଯାଇଛି । ଲିଙ୍କ୍‌ଡ ଇନ୍ ପକ୍ଷରୁ ଆୟୋଜିତ ତଥା ଅବ୍‌ଜରଭ୍ ନାଓ ମେଡିଆ ନେଟୱର୍କ ଓ ତେଲେଙ୍ଗାନା ସରକାରଙ୍କ ସହଭାଗିତାରେ ହାଇଦ୍ରାବାଦ ଠାରେ ଜୁଲାଇ ୨୦ରେ ଆୟୋଜିତ ଦ୍ୱିତୀୟ ଏଜୁକେସନ୍ ଲିଡର୍ସ କନ୍‌କ୍ଲେଭ୍ ଓ ଆୱାର୍ଡସ କାର୍ଯ୍ୟକ୍ରମରେ ପ୍ରଫେସର ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ଆୟୋଜକଙ୍କ ପକ୍ଷରୁ ସୋଆକୁ ୨୦୨୩ ବର୍ଷ ନିମନ୍ତେ ଶ୍ରେଷ୍ଠ ଘରୋଇ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି ।
କାର୍ଯ୍ୟକ୍ରମରେ ଏହି ଦୁଇଟି ସମ୍ମାନ ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକ ଅବଜରଭ ନାଓର ସହ ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀମତି ତାନିଆ ଟିକୁଙ୍କ ଠାରୁ ଗ୍ରହଣ କରିଥିଲେ ।
ଏହି ଅବସରରେ ତେଲେଙ୍ଗାନା ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ନବୀନ ମିତଲ ଓ ଶ୍ରୀ ଏ. କାର୍ତିକେୟ ଓ ଅବଜରଭ ନାଓର ସହ ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ଜୀତ ଶର୍ମା ଉପସ୍ଥିତ ଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନର ୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷାବିତ୍ ଓ କର୍ପୋରେଟ ଜଗତରୁ ୧୦୦ ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ବିଜିନେସ

ଭୁବନେଶ୍ୱର, ଫେବୃଆରୀ ୫: ଓଡ଼ିଶାରେ କୋଭିଡ ଯୁଦ୍ଧର ମୁକାବିଲା କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଯାହା ଦ୍ୱାରା କି ରାଜ୍ୟରେ କରୋନା ଜନିତ ମୃତ୍ୟୁ...

ବିଜିନେସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କ୍ୟାମ୍ପସ୍- ୨ ନିକଟରେ ମଙ୍ଗଳବାର କମିଶନରେଟ୍ ପୋଲିସ୍ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଦ୍ୱୈତ ନଗରୀରର ପୋଲିସ୍ କମିଶନର...

ବିଜିନେସ

ଭୁବନେଶ୍ୱର, ୦୬/୧୨ : ଯୁବ ସମାଜ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁକୁ ଏଡାଇବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍‌ପିଏସ୍‌) ଠାରେ କାର୍ଡିଓ...

ବିଜିନେସ

ଭୁବନେଶ୍ୱର, ୨୬/୧୧ : ସମାଜକୁ ଯୋଡ଼ି ରଖିବାରେ ସାହିତ୍ୟ ଏକ ସେତୁ ସଦୃଶ । ତିନିଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଉପଲକ୍ଷେ ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟକୁ ନେଇ ଏଭଳି...